ଚୋରି କରିବାକୁ ଆସି ହଟହଟା ଚୋର | ବିଳମ୍ବିତ ରାତିରେ ଘରେ ପଶି ଚୋରି କରୁଥିବା ବେଳେ ୩ ଜଣ ଚୋରକୁ କାବୁ କରି ନିର୍ଧୁମ ଛେଞ୍ଚିଛନ୍ତି ଗ୍ରାମବାସୀ | ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୋଳଂ ଗ୍ରାମରେ ଘଟିଛି ଏଭଳି ଘଟଣା | ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ବୋଳଂ ଏବଂ ଆଖପାଖ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଥିଲା | ଗତକାଲି ବିଳମ୍ବିତ ରାତିରେ ନିଧିପଣ୍ତା ଅଞ୍ଚଳର ୩ ଜଣ ଚୋର ବୋଳଂ ଗ୍ରାମରେ ଜଣେ ବ୍ଯକ୍ତିଙ୍କ ଘରେ ପଶି ଚୋରି ଉଦ୍ଯମ କରୁଥିବା ବେଳେ ଶବ୍ଦ ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇ ଥିଲା | ଚୋର ମାନେ ଦୌଡି ପଳାଇ ଯାଉଥିବା ବେଳେ ଗ୍ରାମବାସୀ ମିଶି ୩ ଜଣ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ | ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି |