ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

ସବୁଠି ଏବେ ମହାମାୟା ଦୁର୍ଗା ପୂଜାର ଆସର । ଏହି ସୁଯୋଗକୁ ହାତଛଡ଼ା କରୁ ନାହାଁନ୍ତି କିଛି ଅସାଧୁ ଲୋକ । କେହି ନକଲି ମିଠା ବିକ୍ରି କରୁଛନ୍ତି ତ ଆଉ କେହି ନକଲି ମଦ। ଏଭଳି ଏକ ନକଲି ଚୋରା ମଦ କାରଖାନା ବେପାରୀ କୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ଅବକାରୀ ବିଭାଗ। ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗ ମିଳିତ ଚଡ଼ାଉ କରି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଦେଶୀ ମଦ ଜବତ କରିଛନ୍ତି ।ସୁଚନା ଅନୁୟାୟୀ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ସୁଦର୍ଶନ ସାହୁ ନିଜ ଘରେ ଦୀର୍ଘଦିନ ଧରି ନକଲି ଚୋରା ମଦ କାରଖାନା କରି କାରବାର ଚଳାଇ ଆସୁଥିଲା। ବିଭିନ୍ନ ସାମଗ୍ରୀ କଲିକତାରୁ ଆଣି ନିଜ ଘରେ ତିଆରି କରି ବିକ୍ତି କରୁଥିଲା। ଏନେଇ ସ୍ଥାନୀୟ ଅବକାରୀ ବିଭାଗ ସୂଚନା ପାଉନଥିବା ବେଳେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏହି ଖବର ପାଇ ଗତକାଲି ସୁଦର୍ଶନ ଘରେ ଚଢ଼ାଉ କରିଥିଲା। ତାଙ୍କ ଘରେ ଚଢ଼ାଉ କଲା ବେଳେ ସ୍ପିରିଟ ୫୭୦ ଲିଟର, ନକଲି ମଦ ୩୪ ଲିଟର, ନକଲି ମଦ ବୋତଲ ୫୮ଟି( ଆଇବି, ରୟାଲ ଷ୍ଟାଗ, ନମ୍ବର ୱାନ) ଖୋଲା ବୋତଲ ୨୧୨ଟି, ଠିପି ୩୪୭୧ଟି, ୪୮୧୫ଟି ନକଲି ଷ୍ଟିକର, ସିଲିଂ ମେସିନ ଦୁଇଟି, ୫ସହ ଲିଟର ଯାର ଦୁଇଟି ସହ ବହୁ ଆନୁସଙ୍ଗିକ ଉପକରଣ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ।

ଅଭିଯୁକ୍ତ ସୁଦର୍ଶନ ସାହୁ ଉକ୍ତ ସମସ୍ତ ନକଲି ଚୋରା ମଦ ସ୍ଥାନୀୟ ଅଞ୍ଚଳରେ ନବିକି ବାହାର ଜିଲ୍ଲା ତଥା ରାଜ୍ୟକୁ ବିକୁଥିବା ଅବକାରୀ ବିଭାଗକୁ ଜଣାଇଛି। ଅଭିଯୁକ୍ତ ସୁଦର୍ଶନକୁ କୋର୍ଟ ଚାଲାଣ କରାଯାଇଛି।ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକଟର ଧନଞ୍ଜୟ ପାତ୍ରଙ୍କ ତତ୍ବାବଧାନରେ କେନ୍ଦୁଝର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଗିରିଜା ନନ୍ଦନ ଜେନାଓ ଅନ୍ୟ କର୍ମଚାରୀ ମାନେ ମିଶି ଏହି ଚଢ଼ାଉ କରିଥିଲେ। ଆଗାମୀ ଦିନରେ ଅବକାରୀ ଗୁଇନ୍ଦା ବିଭାଗ ଡ୍ରଗ୍ସ ମାଫିଆ ମାନଙ୍କ ଉପରେ ନଜର ରଖିଥିବା ବେଳେ ଯଥାଶୀଘ୍ର ଧରିବେ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *