ରାଜନୈତିକ ଦୃଷ୍ଟି କୋଣରୁ ରେଡଜୋନ ଭାବେ ପରିଚିତ ଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଭୂଇଁବୃତ୍ତି ପଞ୍ଚାୟତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଅଶାନ୍ତ ହୋଇ ପଡ଼ିଛି । ଗତକାଲି ପୁର୍ବ ଶତୃତାକୁ କେନ୍ଦ୍ର କରି ଭୂଇଁବୃତ୍ତି ପଞ୍ଚାୟତ ଭୂଇଁବୃତ୍ତି ଗ୍ରାମର ବିଜେଡ଼ି କର୍ମୀ ଅଭୟ ବିଶ୍ଵାଳ ଏବଂ ବିଜେପି କର୍ମୀ ମଧୁସୁଦନ ନାୟକଙ୍କ ମଧ୍ୟରେ ହୋଇଥିଲା ହାତାହାତି । ଏହି ଆକ୍ରମଣ ପ୍ରତି ଆକ୍ରମଣରେ ଅଭୟ ଏବଂ ମଧୁସୁଦନ ଗୁରୁତର ହୋଇ ଚାନ୍ଦବାଲି ମେଡ଼ିକାଲର୍ ପହଞ୍ଚିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ବିଜେପି କର୍ମି ସଂଘବଧ ଭାବେ ଅଭୟଙ୍କୁ ଆକ୍ରମଣ କରିଥିବା ଅଭୟ କହିଥିବା ବେଳେ ଅଭୟ ମଧୁସୁଦନଙ୍କ ଘରେପଶି ଆକ୍ରମଣ କରିଥିବା ମଧୁସୁଦନଙ୍କ ପତ୍ନି ଅଭିଯୋଗ କରିଛନ୍ତି ।ଘଟଣା ଯାହା ହେଉନା କାହିଁକି, କିନ୍ତୁ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପୋଲିସ୍ ସଠିକ୍ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ଜୋରଦାର ହେବବୋଲି ବିଜେଡି ନେତା ପ୍ରିନ୍ସ ନାୟକ ଧମକ ଦେଇଛନ୍ତି ସେହିପରି ବିଜେପି ନେତା ଚନ୍ଦନ ରାଉତ ବିଜେଡ଼ି କର୍ମୀ ଏବଂ ନେତାଙ୍କୁ ବୁଲ୍ଡୋଜର ଧମକ ଦେଇଛନ୍ତି । ଦେଖିବାକୁ ବାକି ରହିଲା ଆଇନ୍ ଆଇନ୍ ବାଟରେ ଯାଉଛି ନା ବୁଲ୍ଡୋଜର ଶାସନରେ ଶାସିତ ହେଉଛି ।