ଚାନ୍ଦବାଲି ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ବୈଠକ ।

ଚାନ୍ଦବାଲି ଥାନା ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ଆମ ପୋଲିସ ବୈଠକ ଅନୁଷ୍ଟିତ ହୋଇଯାଇଛି । ଚାନ୍ଦବାଲି ଉପଖଣ୍ଡ ପୋଲିସ ଆରକ୍ଷୀ ଦେବୀ ଶଙ୍କର ପ୍ରତାପଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ପୂର୍ବତନ ପ୍ରାଧ୍ୟାପକ କୈଳାଶ ପ୍ରଧାନ ଓ ଚାନ୍ଦବାଲି ଥାନା ଅଧ୍ଵନରେ ଥିବା ସମସ୍ତ ବରିଷ୍ଟ ନାଗରିକ ମାନଙ୍କୁ ନେଇ ଏକ ଆମ ପୋଲିସ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରିଷ୍ଠ ନାଗରିଙ୍କ ସୁରକ୍ଷା ପାଇଁ ପୋଲିସ ଅଧିକାରୀ ମାନେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ବିଭିନ୍ନ ନିରାପତା ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିସହ ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *