ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା କହିବା ଅସମ୍ଭବ। ଏଭଳି ଅକସ୍ମାତ ମୃତ୍ୟୁର ଅନେକ ନଜିର ରହିଛି। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ। ବସ୍ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଅଧାବାଟରେ ଟଳି ପଡ଼ିଛନ୍ତି ଡ୍ରାଇଭର । ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ। ମୃତ ଡ୍ରାଇଭର ହେଲେ ହେଲେ ସନା ପ୍ରଧାନ । ସୁଚନା ଅନୁଯାୟୀ ସନା ମା ଲକ୍ଷ୍ମୀ ନାମକ ଏକ ଘରୋଇ ବସରେ ଡ୍ରାଇଭର ଭାବେ କାର୍ୟ୍ୟ କରୁଥିଲେ । ଗତକାଲି ରାତିରେ ସାରଙ୍ଗଗଡ଼ରୁ ଭୁବନେଶ୍ୱର ଯାତ୍ରୀ ନେଇ ଯାଉଥିବା ବେଳେ ଜି.ଉଦୟଗିରି ରାସ୍ତାରେ ବସ ଡ୍ରାଇଭର ସନା ଟଳିପଡିଥିଲେ । ଆଉ ଏହାପରେ ଗୋଟିଏ ନାଳରେ ଅଟକିଯାଇଥିଲା ବସ । ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ ମାନେ ।
ଗାଡ଼ି ଚାଳନାରେ କରିବାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବସ୍ରେ ଥିବା ହେଲପର ଏହା ଜାଣିପାରି ସନାଙ୍କ ପାଖକୁ ଯିବାକୁ ବାହାରିଥିଲେ। ଏତିକି ମଧ୍ୟରେ ବସ ଟି ରାସ୍ତା କଡ଼ ନାଳକୁ ବାଡେଇ ହୋଇ ରହି ଯାଇଥିଲା । ଯାହା ଫଳରେ ବସଟି ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛି । ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି । କିନ୍ତୁ ସନାଙ୍କୁ ଅଚେତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଟିକାବାଲି ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ସନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।