ଚମ୍ପୁଆରେ ସିପିଆଇ ପକ୍ଷରୁ ବଜେଟକୁ ବିରୋଧ କରି ବିକ୍ଷୋଭ

ଚଳିତ ବଜେଟ ବିରୋଧରେ କମ୍ୟୁନିଷ୍ଟ ପାର୍ଟି ତରଫରୁ ଚମ୍ପୁଆରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କର୍ପୋରେଟ ସପକ୍ଷବାଦୀ ବଜେଟ ବିରୋଧରେ ଏବଂ ବିକଳ୍ପ ବିଜେଟ ପ୍ରସ୍ତାବ ଉପରେ ବାମଦଳ ଏହି ଆନ୍ଦୋଳନ କରିଛି ।

ସିପିଆଇ ନେତା ବିଦ୍ୟା ମହାନ୍ତ ଓ ସିପିଏମ ନେତା ଇନ୍ଦ୍ରମଣୀ ବେହେରାଙ୍କ ନେତୃତ୍ଵରେ ଆନ୍ଦୋଳନ କରାଯାଇଛି |

ଏହି ଆନ୍ଦୋଳନରେ ଶତାଧିକ କମ୍ୟୁନିଷ୍ଟ କର୍ମୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ ଥିଲେ ।

ଚଳିତ ବଜେଟରେ ଜନସାଧାରଣଙ୍କ ପ୍ରତି ବିଶ୍ୱାସ ଘାତକତା କରାଯାଇଛି |

କେନ୍ଦ୍ର ସରକାର ବଜେଟ ମାଧ୍ୟମରେ ଦେଶର ଧନୀବର୍ଗଙ୍କ ପାଇଁ ସୁବିଧା ବୃଦ୍ଧି କରିବା, ଜନସେବା ପାଇଁ ବ୍ୟୟବରାଦ ହ୍ରାସ କରିବା ଏବଂ ସରକାରୀ ପୁଞ୍ଜିକୁ ବେସରକାରୀ ଘରୋଇକରଣ କ୍ଷେତ୍ର ପାଇଁ ବ୍ୟବହାରକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।