ଘୋଷଯାତ୍ରାକୁ ନେଇ କେନ୍ଦ୍ରାପଡ଼ାର ପବିତ୍ର ତୁଳସୀ କ୍ଷେତ୍ରରେ ଚାଲିଛି ଜୋରଦାର ପ୍ରସ୍ତୁତି।

ଘୋଷଯାତ୍ରାକୁ ନେଇ କେନ୍ଦ୍ରାପଡ଼ାର ପବିତ୍ର ତୁଳସୀ କ୍ଷେତ୍ରରେ ଚାଲିଛି ଜୋରଦାର ପ୍ରସ୍ତୁତି। ଚଳିତ ବର୍ଷ ନୂଆ କାଠରେ ନିର୍ମିତ ବ୍ରହ୍ମତାଳଧ୍ୱଜ ରଥରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ। ସେପଟେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍‌ ପାଳନ ଉପରେ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି।

ଘୋଷଯାତ୍ରାକୁ ନେଇ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ଏବେ ଉତ୍ସବମୁଖର। ମନ୍ଦିର ପ୍ରଶାସନ, ସେବାୟତ ଓ ସ୍ୱେଚ୍ଛାସେବୀମାନେ ରଥଯାତ୍ରାର ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଚଳିତ ବର୍ଷ ନୂଆ କାଠରେ ନିର୍ମିତ ବ୍ରହ୍ମତାଳଧ୍ୱଜ ରଥ ଭକ୍ତଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି।
ରଥ ସାଜସଜ୍ଜା, ଦଉଡ଼ି ପ୍ରସ୍ତୁତି, ମନ୍ଦିର ପରିସର ସଫେଇ ଏବଂ ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା, ସୁରକ୍ଷା ବଜାୟ ରଖିବା ଓ ଯାତାୟାତ ସୁଚାରୁ ରଖିବା ପାଇଁ ପୁଲିସ ପ୍ରଶାସନ ସହ ବିଭିନ୍ନ ବିଭାଗ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି।


ଘୋଷଯାତ୍ରା ସମୟରେ ସରକାର ଓ ପ୍ରଶାସନ ଜାରି କରିଥିବା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ। ଭକ୍ତମାନଙ୍କୁ ଶୃଙ୍ଖଳା ବଜାୟ ରଖିବା, ପ୍ରଶାସନର ନିର୍ଦ୍ଦେଶ ମାନିବା ଏବଂ ସୁରକ୍ଷିତ ଭାବେ ଦର୍ଶନ କରିବା ପାଇଁ ଅନୁରୋଧ କରାଯାଇଛି।ଧାର୍ମିକ ପରମ୍ପରା, ନୂଆ ରଥର ଆକର୍ଷଣ ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଘୋଷଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଦେଖାଦେଇଛି ବ୍ୟାପକ ଉତ୍ସାହ।