ଗୋଡ଼ାଉଥିଲା ବୁଲା କୁକୁର…ଉଦ୍ଧାର କଲେ ଲୋକେ

ତବଲୋଇ ଦେଓଗାଁ ସଂରକ୍ଷିତ ଜଙ୍ଗଲରୁ ବାଟବଣା ହୋଇଥିବା ଏକ ହରିଣ ଛୁଆ(deer cub)କୁ ଉଦ୍ଧାର (rescue) କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ କିଛି ବୁଲା କୁକୁର ହରିଣ ଛୁଆକୁ ଗୋଡ଼ାଉଥିଲେ । ଧମା ଗଏନ୍‌ପୁରା ବକ୍ସି ଢାବା ନିକଟରେ କର୍ମଚାରୀମାନେ ତାକୁ ଉଦ୍ଧାର କରି ଧମା ବନ ବିଭାଗକୁ ଖବର ଦେଇଥିଲେ ।

ବନ ବିଭାଗ କର୍ମଚାରୀମାନେ ହରିଣ ଛୁଆକୁ ନେଇ ପରୀକ୍ଷା ନିରୀକ୍ଷା (conducted a test)କରିଥିଲେ। ହରିଣର କୌଣସି ସ୍ଥାନରେ କ୍ଷତବିକ୍ଷତ (injure)ହୋଇନାହିଁ । ଏହା ଏକ ଦେଢ଼ ବର୍ଷର ଅଣ୍ଡିରା ହରିଣ ଛୁଆ । ସେ ସୁସ୍ଥ ଥିବାରୁ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ (instructions of)ତାକୁ ପୁଣି ସେହି ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଧମା ରେଞ୍ଜର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *