ଗଞ୍ଜାମକୁ ନବୀନଙ୍କ ଉପହାର..ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୨୦୦୦ କୋଟି,ମିଶନ ଶକ୍ତି ମା’ଙ୍କ ପାଇଁ ୬୧୪ କୋଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର,ହିଞ୍ଜିଳି ଓ କବିସୂର୍ଯ୍ୟନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ (launched various projects)କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଞ୍ଜିଳିରେ ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ ହଜାର ଲୋକ(land leases)ଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଛତ୍ରପୁରରେ ୩୫୦୦ ପଟ୍ଟା,ହିଞ୍ଜିଳିରେ ୪୫୦୦ ପଟ୍ଟା ଓ କବିସୂର୍ଯ୍ୟନଗରରେ ୧୧ ହଜାରରୁ ଅଧିକ ପଟ୍ଟା ପ୍ରଦାନ ହିତାଧିକାରୀ(beneficiaries)ଙ୍କୁ ଦିଆଯାଇଛି । ଏହି ଅବସରରେ ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ଗଞ୍ଜାମ ଜିଲ୍ଲାକୁ ରଜ୍ୟର ଏକ ଆଗୁଆ ଜିଲ୍ଲା (leading district)ବୋଲି ମତ ରଖିଥିଲେ । ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା(cooperation) କରିଥିଲେ ନବୀନ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା(medical facilities), 5Tରେ ସ୍କୁଲ୍ ରୂପାନ୍ତରୀକରଣରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ମଧ୍ୟ ମତ(opinion) ରଖିଥିଲେ ନବୀନ । ମିଶନ ଶକ୍ତି ମା’ମାନଙ୍କୁ ଉଚ୍ଚ ପ୍ରଶଂସା( praise)କରିବା ସହ ୬୧୪ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *