ଖୋଲିବ ଗର୍ଭଗୃହ, ଭିତରେ ରହିଛି କ’ଣ?

୧୩ଶହ ଶତବଦ୍ଧି ରେ ନିର୍ମିତ ଐତିହାସିକା କୋଣାର୍କ ସୂର୍ଯ୍ୟ ମନ୍ଦିର ବାଲି ମୁକ୍ତ ହେବ । ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ କଢ଼ା ହେବ ବାଲି । ବହୁତ ଦିନର ବ୍ୟବଧାନ ପରେ ଏନେଇ ଏଏସ୍‌ଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ପୂର୍ବେ ମନ୍ଦିରର ଗର୍ଭଗୃହରୁ ପଥର ଖସିବାରୁ, ଏହାର ସୁରକ୍ଷା ପାଇଁ ୧୯୦୩ ମସିହାରେ ଇଂରେଜ ସରକାର, ସେଥିରେ ବାଲି ଓ ପଥର ଭର୍ତ୍ତି କରି ଦ୍ଵାର ସିଲ୍ କରି ଦେଇଥିଲେ। ୮୦ ଫୁଟ ଉଚ୍ଚରେ ମନ୍ଦିରର ପଶ୍ଚିମ ପାର୍ଶ୍ଵ କାନ୍ଥରେ ୨୬ ଫୁଟରୁ ଅଧିକ କାନ୍ଥ ଖୋଳା ସରିଛି । ପରେ ଗର୍ଭଗୃହ ଭିତର ବାଲି ଓ ପଥରକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ ଲ୍ୟାବ୍‌କୁ ପଠାଯାଇଛି ।

ତାପରେ ଏହା କେତେ ସୁରକ୍ଷିତ , ଯଦି ଏହାର ଗର୍ଭଗୃହରୁ ବାଲି କାଢ଼ିବା ପରେ ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସେନେଇ ଅଧିକ ଅନୁଧ୍ୟାନ କରୁଛି ଏଏସ୍‌ଆଇ ବୈଷୟକ ଟିମ୍ । ତେବେ ଗର୍ଭଗୃହ ଭିତରର ପଥର ଓ ବାଲିର ପରୀକ୍ଷା ପରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳି ପାରିବ ବୋଲି କୁହାଯାଉଛି । ଡ୍ରିଲିଂ ବେଳେ ଯେପରି ସୁକ୍ଷ୍ମ କାରୁକାର୍ଯ୍ୟ ସଂପନ୍ନ ପଥରକୁ ଆଞ୍ଚ ନଆସେ, ସେଥିପାଇଁ ଡାଇମଣ୍ଡ ଡ୍ରିଲ ମେସିନ୍ ସହ ଜିରୋ ଭାଇବ୍ରେସନ ମେସିନର ବ୍ୟବହାର ହୋଇଛି ।

ବାଲି ଓ ପଥର ନିଷ୍କାସନ କାମ ସରିଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନ ଦ୍ଵାର ସବୁଦିନ ପାଇଁ ଖୋଲିଦିଆଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡକ୍ଟର ଡି ବି. ଗଡନାୟକ ସୂଚନା ଦେଇଛନ୍ତି ।