କ୍ରସର ହାଇୱା ଧକ୍କାରେ ମହିଳା ମୃତ୍ୟୁ

ଭୋଜି ଖାଇ ଯିବା ହେଲା କାଳ | ହଁ ଦର୍ଶକ ବନ୍ଧୁ ମଙ୍ଗଳଦେଇ ମାଝୀ ବୁଧବାର ସର୍ଗିଗୁଡା ଗାଁ କୁ ଏକୋଇଶା ଭୋଜି ଖାଇବା କୁ ଯାଇ ଫେରୁଥିବା ବେଳେ ସର୍ଗିଗୁଡା କେନାଲ ରୋଡ଼ ଦେଇ ଯାଇଥିବା ଡୁଙ୍ଗରି ନିକଟରେ ହାଇୱା ଧକ୍କାରେ ତାଙ୍କ ର ମୃତ୍ୟୁ ହୋଇଥିଲା |

ସୂଚନା ଥାଉକି ମୃତ୍ୟୁ ମହିଳା ଛେଲିଆମାଲ ପଞ୍ଚାୟତ ଅଧୀନ ସର୍ଗିଗୁଡା ଗାଁ କୁ ସ୍ୱାମୀ ଙ୍କ ସହ ନିଜ ସମ୍ପକୀୟ ଘରକୁ ଯାଇ ନିଜ ଗାଁକୁ ଫେରୁଥିଲେ | ହେଲେ ବିପରୀତ ଦିଗରୁ ଆସୁଥିବା ହାଇୱା ଧକ୍କା ରେ ମଙ୍ଗଳଦେଇ ମାଝୀଙ୍କ ମୃତ୍ୟୁ ହୋଇଥିଲା |

ଦୁର୍ଘଟଣା ଘଟାଇଥିବା ହାଇୱା ପାଲସିଝରଣ ଗାଁ ରେ ଥିବା ଏକ କ୍ରସର ରୁ ସର୍ଗିଗୁଡା ସ୍ଥିତ କ୍ୱାରିଂ କୁ ପଥର ନେବା ଆସୁଥିବା ବେଳେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ |

ତେବେ ଘଟଣା ସ୍ଥଳରେ ଭବାନୀପାଟଣା ସଦର ଏବଂ କର୍ଲାପଡା ଫାଣ୍ଡି ପୋଲିସ ପହଂଚି ଉକ୍ତ ହାଇୱା ଗାଡି କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠାଇଥିଲେ |