କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ୟୁଏଏସ ପୋର୍ଟାଲ ବିରୋଧ ରେ ବିଇଓ ଙ୍କୁ ଦାବିପତ୍ର

କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ଦୋରା ଏବଂ ସାଧାରଣ ସମ୍ପାଦକ ତପନ କୁମାର ଦାସ ଙ୍କ ନେତୃତ୍ୱ ରେ ପକ୍ଷରୁ ସରକାରଙ୍କ (ୟୁଏଏସ୍)ପୋର୍ଟାଲ କୁ ବାତିଲ ପାଇଁ ଶୁକ୍ରବାର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ପତ୍ତି ଛୁରା ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ |ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରୁଛନ୍ତି ସ୍ୱାଗତ ଯୋଗ୍ୟ | ହେଲେ ବିଦ୍ୟାଳୟ ଗୁଡିକ ଭିତ୍ତିଭୂମି ସୁଦୃଢ ନକରି ନୂତନ ଶିକ୍ଷକ ନିଯୁକ୍ତି ନ କରି ସରକାର ଅଣଶୈଖିକ କାର୍ଯ୍ୟ କୁ ଶିକ୍ଷକ ମାନଙ୍କ ଉପରେ ଲଦି ଦେଉଛନ୍ତି | ତେଣୁ ପ୍ରାଥମିକ ଶିକ୍ଷକ ମହଳ ରେ ଅସନ୍ତୋଷ ଦେଖା ଦେଇଛି | ତେବେ ଅନେକ ସ୍କୁଲ ରେ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନାହାନ୍ତି | ଏତିକି ବେଳେ ବିଦ୍ୟାଳୟ ରେ ୟୁ ଏ ଏ ଏସ ଲାଗୁ ହେଲେ ଶିକ୍ଷକ ମାନେ ଅଧିକାଂଶ ବ୍ୟସ୍ତ ରହିବେ ଫଳରେ ଶିକ୍ଷାଦାନ ବ୍ୟାଘ୍ରାତ ହେବ ବୋଲି ଶିକ୍ଷକ ମାନେ ଅଶାନ୍ତି ପ୍ରକାଶ କରିଛନ୍ତି | ତେବେ ସରକାର ଙ୍କ ପକ୍ଷରୁ ଯେଉଁ ଟାବଲେଟ ଦିଆଯାଇଛି ତାହା ଠିକ ସେ କାମ କରୁନଥିବା ବେଳେ ନିଜସ୍ୱ ମୋବାଇଲ କାମ କରିବା ଶିକ୍ଷକ ମାନେ ଅନିଚ୍ଛା ପ୍ରକାଶ କରିଛନ୍ତି |ତେବେ ଭାରତ ବର୍ଷ ର ସର୍ବନିମ୍ନ ଗ୍ରେଡ଼ ପେ ହାରରେ ଦରମା ପାଉଥିବା ଶିକ୍ଷକ ଙ୍କୁ ମାନସିକ ଓ ଆର୍ଥିକ ଚାପଗ୍ରସ୍ତ କରାନଯାଇ ସରକାର ପୁନର୍ବାର ଏହି ବିଷୟ କୁ ବିଚାର କୁ ନେଇ ସ୍କୁଲ ୟୁଏଏସ ପୋର୍ଟାଲ ଲାଗୁ କରିବାକୁ ଶିକ୍ଷକ ମହଳ ଦାବୀ ହେଉଛି | ଏଥିରେ ସଭାପତି ସୁରେନ୍ଦ୍ର ଦୋରା, ଉପସଭାପତି ଖୁସିରାମ ସାହୁ,ସାଧାରଣ ସମ୍ପାଦକ ତପନ କୁମାର ସାହୁ, ସହ ସମ୍ପାଦଜ ମନୋଜ କୁମାର ପ୍ରଧାନ,ସୁରେନ୍ଦ୍ର ନାୟକ,ରୋହିତ କୁମାର ସାହୁ,ଖଗେଶ୍ୱର ମାଝୀ,ଆଶୁତୋଷ ବିଶି, ସଂଗଠନ ସମ୍ପାଦକ ଅବନୀ ରଞ୍ଜନ ପଧାନ,ପ୍ରମୁଖ ଉପସ୍ଥିତ ଥିଲେ |