କେମିତି ମଲେ ରୁଚିସ୍ମିତା ?…ଖୋଳତାଡ଼ କରୁଛି ପୋଲିସ

ଆଲବମ ଅଭିନେତ୍ରୀ (Album actress)ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଶବ(hanging body) ଉଦ୍ଧାର ହୋଇଛି । ବଲାଙ୍ଗିର ସହର ସୁଦପଡ଼ାସ୍ଥିତ ତାଙ୍କ ମାମୁଙ୍କ ଘରୁ ଶବ ମିଳିଛି । ଏଭଳି ଘଟଣାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି (created confusion)କରିଛି ।

ଏକ କୋଠରୀରେ ରୁଚିସ୍ମିତାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ମାମୁଘର ଲୋକେ ପୋଲିସକୁ ଖବର ଦେଇଥିଲେ । ଟାଉନ୍‌ ଥାନା ପୁଲିସ ପହଞ୍ଚି ଶବକୁ ଜବତ (seized)କରିବା ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ପଠାଯାଇଥିଲା । ଅଭିନେତ୍ରୀ ରୁଚିସ୍ମିତା ଆତ୍ମହତ୍ୟା (suicide)କରିଥିବା ଅନୁମାନ କରାଯାଉଛି । ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଥିବା ବେଳେ ଖୋଳତାଡ଼ କରୁଛି ପୋଲିସ। ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିଥିବା ବେଳେ ଜଣେ ଭକ୍ତି ସଂଗୀତ(devotional singer) କଣ୍ଠଶିଳ୍ପୀ ଭାବେ ବେଶ୍‌ ଜଣାଶୁଣା ଥିଲେ । ଷ୍ଟେଜ୍‌ ସୋ’ରେ ମଧ୍ୟ କରୁଥିଲେ ରୁଚିସ୍ମିତା।

Leave a Reply

Your email address will not be published. Required fields are marked *