
ଓଡିଶା ର ପ୍ରଥମ ମହିଳା କଲେଜ କୁ ଅଣ ଦେଖା କରୁଛି ସରକାର | ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ କେବେ ? ଓଡିଶାର ପ୍ରଥମ ଆଉ ଭାରତର ଦ୍ଵିତୀୟ ମହିଳା କଲେଜ ଶୈଳବାଳା ସ୍ୱୟଂ ଶାସିତ ମହିଳା କଲେଜ କୁ ବିଶ୍ୱବିଦ୍ୟାଳୟ ର ମାନ୍ୟତାରୁ ବଞ୍ଚିତ କରାଯିବାର କାରଣ କଣ ?
୧୯୧୩ ମସିହାରେ ସ୍ଥାପିତ ଏହି ଖ୍ୟାତନାମା ମହିଳା କଲେଜରେ ଅନେକ ବହୁ ପ୍ରତିକ୍ଷିତ ମହିଳାମାନେ ପାଠ ପଢି ଦେଶ ତଥା ରାଜ୍ୟର ନାଁ କୁ ଗୌରବାନ୍ଵିତ କରିଛନ୍ତି | ମହିଳା ମାନଙ୍କର ଉଚ୍ଚଶିକ୍ଷାର ବିକାଶ ଦିଗରେ ଏହାର ବିଶେଷ୍ୟ ଭୂମିକା ରହିଛି | ତାହା ପରେ ମଧ୍ୟ ଏହାକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ନମିଳିବା ଏକ ଗଭୀର ଦୁଃଖର ବିଷୟ |ବହୁଦିନ ଧରି ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଁ ଦାବି କରିଆସୁଥିଲେ ମଧ୍ୟ ସରକାର ଏହି ଦିଗରେ କୌଣସି ଉଦ୍ୟମ କରୁ ନଥିବା ପରିଲକ୍ଷିତ ହେଉଛି |
କଲେଜରେ ୪ହଜାରୁ ଅଧିକ ଛାତ୍ରୀ ପଢୁଥିବା ବେଳେ, ୨୪ଟି ପାଠ୍ୟକ୍ରମରେ ଡିଗ୍ରୀ ଓ ୨୨ଟି ପାଠ୍ୟକ୍ରମରେ ସ୍ନାତକୋତ୍ତର ରହିଛି | ବିଶ୍ୱବିଦ୍ୟାଳୟର ମାନ୍ୟତା ସହିତ କଲେଜ ଖେଳପଡିଆ ଓ ଦ୍ଵିତୀୟ କ୍ୟାମ୍ପସ ପାଇଁ ମଧ୍ୟ ବହୁଦିନ ହେଲା ଦାବି କର ଯାଉଛି, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରା ଯାଇନାହିଁ | ଏହା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବାସଭବନରେ, ତାଙ୍କ ଝିଅ ନାମରେ ଏହାକୁ ୧୯୧୩ ରେ ପ୍ରତିଷ୍ଠା କରାଯାଇଥିଲା | ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଁ ନିକଟରେ ଏକ ସାମ୍ବାଦିକ ସମିଳନୀର ଆୟୋଜନ କରଯାଇଥିଲା, ଯେଉଁଥିରେ ବହୁ ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଦାବି କରିଥିଲେ | ଶୈଳବାଳା କଲେଜର ଅନେକ ଦିନ ପରେ ସ୍ଥାପିତ ହୋଇ ମଧ୍ୟ ଏକାଧିକ କଲେଜ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇ ସାରିଛନ୍ତି |
କଲେଜ କୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବିଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରକ୍ଷା ଯାଇଛି ବୋଲି କଲେଜ ପରିଚାଳନା କମିଟି ଇଂ. ଡକ୍ଟର ପ୍ରଭାକର ସ୍ବାଇଁ କହିଛନ୍ତି | ଅନ୍ୟପକ୍ଷରେ ରାଜାନୈତିକ ଇଚ୍ଛାଶକ୍ତି ନଥିବାରୁ ବହୁ ପଛରେ ହୋଇଥିବା କଲେଜ ଗୁଡିକ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଛନ୍ତି | ହେଲେ ଏହି ମାନ୍ୟତା ପାଇବା ପାଇଁ ଯୋଗ୍ୟତା ଥାଇ ମଧ୍ୟ ଶୈଳବାଳାକୁ ଅଣଦେଖା କରାଯାଉଛି | ଏଥିପାଇଁ କଟକର ରାଜନେତା ଆଉ କଟକବାସୀ ଦାୟୀବୋଲି ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସତ୍ୟକାମ ମିଶ୍ର କହିଛନ୍ତି |