କିଏ ମାଡି ବସିଲା ରାହୁଲଙ୍କୁ!

ଭିଡରୁ ଦୈଡି ଆସିଲା ରାହୁଲ ପ୍ରେମି … କିଛି କହିବା … ବୁଝିବା ଆଗରୁ ମାଡି ବସିଲା ଉପରେ ଆଉ ତା ପରେ କିସ୍ କରିବାକୁ ଚେଷ୍ଟା ….ଚାଲିଥିଲା ବାଇକ ରାଲି। ହେଲମେଟ ପିନ୍ଧି ବୁଲେଟ୍‌ ଚଲାଉଥିଲେ ରାହୁଲ ଗାନ୍ଧୀ। ପଛରେ ବସିଥିଲେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ରାଜେଶ ରାମ । ଆଉ ସାଙ୍ଗରେ ଥିଲେ ସୁରକ୍ଷା କର୍ମୀ । ବିଭିନ୍ନ ନାରାରେ କମ୍ପୁଥିଲା ପୂରା ରାସ୍ତାଘାଟ। ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଅଧିକାର ଯାତ୍ରା କରୁଥିଲେ କଂଗ୍ରେସର ଯୁବରାଜ । ଏତିକି ବେଳେ ହଠାତ ଜଣେ ଯୁବକ ଗହଳି ଭିତରୁ ମାଡି ଆସିଥିଲେ। ଆଉ ରାହୁଲଙ୍କୁ କିସ୍‌ କରିବାକୁ ଚେଷ୍ଟା କରିଥିଲେ। ନାଲି ସାର୍ଟ ପିନ୍ଧିଥିବା ଜଣେ ଯୁବକ ଗହଳିରୁ ବାହାରି ଆସି ରାହୁଲଙ୍କ ନିକଟରେ ପହଞ୍ଚିଥିଲେ । ଆଉ ରାହୁଲଙ୍କୁ ଚୁମ୍ବନ ଦେବାକୁ ଟ୍ରାଏ କରିଥିଲେ । କିନ୍ତୁ ତା ପୂର୍ବରୁ ମାଡ଼ି ବସିଥିଲେ ସୁରକ୍ଷାକର୍ମୀ ।

ବିହାରରେ ଭୋଟର୍‌ ଅଧିକାର ଯାତ୍ରା ସମୟରେ ପ୍ରଥମ ଥର ପାଇଁ ପୂର୍ଣ୍ଣିଆରେ ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ବୁଲେଟ ଚଢ଼ିଥିଲେ। ଉଭୟ ନେତା ପ୍ରାୟ ୨୦ କିଲୋମିଟର ଦୂର ବାଇକରେ ଅତିକ୍ରମ କରିଥିଲେ। ଏହି ସମୟରେ ସୁରକ୍ଷା କର୍ମୀଙ୍କ ପାଇଁ ନେତାଙ୍କ ସୁରକ୍ଷା ଥିଲା ଏକ ବଡ଼ ଚ୍ୟାଲେଞ୍ଜ। ଆଉ ସୁରକ୍ଷାରେ ତ୍ରୁଟି ମଧ୍ୟ ଘଟିଥିଲା । ସୁରକ୍ଷା ବଳୟ ଭେଦ କରି ଜଣେ ଯୁବକ ଲାଇନବଜାର ନିକଟରେ ରାହୁଲ ଗାନ୍ଧୀଙ୍କ ନିକଟରେ ପହଞ୍ଚି ତାଙ୍କୁ କୁଣ୍ଢେଇ ପକାଇବା ସହ କିସ୍ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ରାହୁଲ । ଏହା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ଟାଣି ଚାପୁଡ଼ା ମାରିବା ସହ ସେଠାରୁ ଦୂରକୁ ନେଇ ଯାଇଥିଲେ। ପୋଲିସକୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ପରେ ରାହୁଲଙ୍କ ଗାଡି କିଛି ସମୟ ପାଇଁ ଅଟକି ଯାଇଥିଲା। ତେବେ ରାହୁଲଙ୍କୁ କିସ୍‌ କରୁଥିବା ଚେଷ୍ଟା କରୁଥିବା ଯୁବକ ଜଣକ କିଏ? ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।