ହୋଲି ଏମିତି ଏକ ପର୍ବ ଯାହାକି ପ୍ରେମ, ଆନନ୍ଦ ଓ ଉଲ୍ଲାସର ପର୍ବ | ଏହି ପର୍ବରେ ନଥାଏ ଜାତି ଧର୍ମ ଓ ସାନ ବଡ଼ର ସମ୍ପର୍କ | ଯିଏ ଯାହାବି ହେଉନା କାହିଁକି ଧାଇଁ ଆସିଥାଏ ଏ ବନ୍ଧୁତ୍ୱର ପର୍ବ ହୋଲି ଖେଳିବାକୁ | ଆଜି ସେହି ପରିପ୍ରେକ୍ଷୀରେ କଳିଙ୍ଗ ନଗର ଅଞ୍ଚଳରେ ଧୁମଧାମରେ ହୋଲି ପର୍ଵ ପାଳିତ ହୋଇଯାଇଛି |


ଦାନଗଦି ଅଞ୍ଚଳର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଓ ସାମ୍ବାଦିକ ସଙ୍ଘ କିଛି ନିଆରା ଢଙ୍ଗରେ ହୋଲି ପାଳନ କରିଛନ୍ତି ଓ ଅନାଥ ଶିଶୁ ମାନଙ୍କର କେହି ନଥିବା ବେଳେ ସେଠାରେ ପହଞ୍ଚି ତାଙ୍କ ସହ ହୋଲି ପାଳନ ସହ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମୁହଁରେ ଟିକିଏ ହସ ଦେଇପାରିଛି | ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଅନ୍ତର୍ଗତ ମଙ୍ଗଳପୁରସ୍ଥିତ ଅର୍ଣ୍ଣପୂର୍ଣା ଚାଇଲଡ଼ କେୟାରଠାରେ ଥିବା ଅନାଥ ଶିଶୁଙ୍କ ଉପସ୍ଥିତରେ ଅଗ୍ରଣୀ ସ୍ୱଚ୍ଛାସେବୀ ସଂଘଠନ” ଟିକିଏ ହସ “ପରିବାର ଓ ସାମ୍ୱାଦିକ ସଂଘ ମିଳିତ ସହଯୋଗରେ ହୋଲି ଉତ୍ସବ ପାଳନ କରାଯାଇଛି |


ଏହାପରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉପସ୍ଥିତରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି | ଆଗାମୀ ଦିନରେ ଦୁଃଖୀ, ଗରିବ ପାଖରେ ପହଞ୍ଚି କୋକଙ୍କ ମୁହଁରେ ଟିକିଏ ହସ ଦେବାପାଇଁ ପ୍ରୟାସ ଜାରିରହିଛି | ଉକ୍ତ କାର୍ଯ୍ୟକ୍ରମରେ ଦାନଗଦି ଶିଶୁ ସୁରକ୍ଷା ମଞ୍ଚର ଆବାହକ ବିଶ୍ୱଜିତ ମାଝୀ, ଟିକିଏ ହସର ସମସ୍ତ ସଦସ୍ୟ ଓ ଷ୍ଟିଲ ସିଟି ପ୍ରେସ କ୍ଲବର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ |