କଳାହାଣ୍ଡି,(ସତ୍ୟ ନାରାୟଣ ମହାନନ୍ଦ) କେସିଙ୍ଗା ରେ ବ୍ଲକସ୍ତରୀୟ କନ୍ଧସମାଜ ନୂଆଖାଇ ଭେଟଘାଟ ବ୍ଲକ ସଭାପତି ଶେଷଦେବ ମାଝୀ ଏବଂ ନଗର ସଭାପତି ସଦା ମାଝୀ ଙ୍କ ନେତୃତ୍ୱ ରେ ଶନିବାର କେସିଙ୍ଗା ସ୍ଥିତ ଆର ଏମ ସି ଠାରେ ଆୟୋଜିତ ହୋଇଥିଲା | କେସିଙ୍ଗା ସାନପଡା ସ୍ଥିତ ଧରଣୀ ରୁ ରୀତିନୀତି ଅନୁଯାଇ ଇଷ୍ଟ ଦେବଦେବୀ ଙ୍କୁ ପୂଜାର୍ଚ୍ଚନା ପରେ ଢୋଲ, ନିଶାନ, ତାସା ମହୁରି ବାଦ୍ୟରେ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା ରେ ଆଦିବାସୀ ପରମ୍ପରା ବାଦ୍ୟ ରେ ସହର କମ୍ପି ଉଠିଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧ ସମାଜ ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ମୁଖ୍ୟ ବକ୍ତା ଦ୍ରୌପଦୀ ମାଝୀ, ଉପସ୍ଥିତ ଥିଲେ | ସର୍ଵ ପ୍ରଥମେ କନ୍ଧ ସମାଜଇଷ୍ଟ ଦେବଦେବୀ ଯାଡେନ୍ ବୁଡ଼ା, ଯାଡେନ୍ ବୁଡି ପ୍ରମୁଖ ଦେବଦେବୀ ଙ୍କୁ ଅତିଥି ପୂଜାର୍ଚ୍ଚନା କରିଥିବା ବେଳେ ଜାତି ସମାଜ ପାଇଁ ଆଗଧାଡିର ନେତୃତ୍ୱ ନେଇଥିବା ପୂର୍ବ ପୁରୁଷ ଙ୍କୁ ମଧ୍ୟ ମାଲ୍ୟାର୍ପଣ କରାଗଲା | ପରେ ସମାଜ ର ସମସ୍ତ ଜାତିଭାଇ ଏକତ୍ରିତ ହୋଇ ନୂଆଖାଇ ଜୁହାର ଭେଟଘାଟ ଆରମ୍ଭ ହୋଇଥିଲା | ଏଥିରେ ପଞ୍ଚାୟତ ସଭାପତି ଏବଂ ନାରୀନେତ୍ରୀ ମାନଙ୍କୁ ସମ୍ମାନିତ କରାଗଲା | ଏବଂ ୨୦୨୪/୨୫ରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଲାଭ କରିଥିବା ସାମାଜିକ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରିବା ସହିତ ଲକ୍ଷ୍ମଣ ଯାନୀଙ୍କ ବିୟୋଗ ରେ ଶୋକ ସୃତି ଉଚ୍ଚାରଣ ହୋଇଥିଲା |

ସେହିପରି ସମାଜ ର ଉନ୍ନତୀ ପାଇଁ ଶିକ୍ଷା ସ୍ବାସ୍ଥ୍ୟ ପ୍ରତି ଯୁବ ପୀଢ଼ି ସଚେତନ ହେବା ସହିତ ନିଶା ଦ୍ରବ୍ୟ କୁ ପରିତ୍ୟାଗ କରିବା ନିତାନ୍ତ ଆବଶ୍ୟକ ବୋଳି ଉପସ୍ଥିତ ଥିବା ଅତିଥି ନିଜର ଅଭିଭାଷଣ ରେ ପ୍ରକାଶ କରିଥଲେ | ତେବେ ଏହି କାର୍ଯ୍ୟକ୍ରମ ରେ ଗୋବରିଆ ପ୍ରଗଣା ସଭାପତି ଚୁଡାମଣି ମାଝୀ,ପିଙ୍ଗ ବାଡକା ପ୍ରଗଣା ସଭାପତି ସୋମନାଥ ମାଝୀ,ଗହକା ପ୍ରଗଣା ସଭାପତି ପରମେଶ୍ୱର ମାଝୀ,ଧମନିଆ ପ୍ରଗଣା ସଭାପତି ବିକ୍ରମ ମାଝୀ,ମାଝୀ ଦେଶ ପ୍ରଗଣା ସଭାପତି ଧୀରେନ୍ଦ୍ର ମାଝୀ,ଏହି ପାଞ୍ଚ ଟି ପ୍ରଗଣା ସଭପତି ଏଵଂ ଛବିଶ ଗୋଟି ପଂଚାୟତ କନ୍ଧ ସଭାପତି ଙ୍କର ପ୍ରମୁଖ ସହଯୋଗ ରହିଥିଲା | ପରେ ସାମାଜିକ ଯୁବକ ଯୁବତୀ କୁ ନେଇ ଏକ ସାଂସ୍କୃତିକ କାର୍ଯକ୍ରମ ଆୟୋଜିତ ହୋଇଥିଲା | କେସିଙ୍ଗା ବ୍ଲକ ର ୨୬ ଗୋଟି ପଞ୍ଚାୟତ ରୁ ଶହଶହ ସଂଖ୍ୟାରେ କନ୍ଧ ସମ୍ପ୍ରଦାୟର ପୁରୁଷ, ମହିଳା, ଯୁବକ ଯୁବତୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ | ବିକ୍ରମ ମାଝୀ ଅତିଥି ପରିଚୟ କରିଥିବା ବେଳେ ଶଶିଧର ମାଝି ଏବଂ ଡୋଲାମଣି ମାଝୀ, ମଞ୍ଚ ପରିଚାଳନା କରିଥଲେ |