
ଯାଜପୁର ସାଂସଦ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ସମନ୍ ଜାରି କରିଛନ୍ତି, ପରାଜିତ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ନିର୍ବାଚନୀ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ସାଂସଦ ଶ୍ରୀ ବେହେରାଙ୍କୁ ଜବାବ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଅକ୍ଟବର୍ ୭କୁ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ କରାଯାଇଛି !
ମାମଲା ରୁ ପ୍ରକାଶ ଯେ ଲୋକସଭା ଆସନ ନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୧୫୮୭ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଗଣତି ପକ୍ରୀୟା ସହିତ ନାମାଙ୍କନ ବେଳେ ଶ୍ରୀ ବେହେରା ଦାଖଲ କରିଥିବା ସତ୍ୟପାଠରେ କିଛି ତଥ୍ୟ ଲୁଚାଇ ରଖିଥିବା ଭଳି ଅଭିଯୋଗ ଏବଂ ଶ୍ରୀ ବେହେରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ ରହିଛି, ତେବେ ଯାଜପୁର ଲୋକସଭା ଆସନରୁ ବିଜେପି ପାର୍ଥୀ ଶ୍ରୀ ବେହେରା ୫ଲକ୍ଷ ୩୪ହଜାର ୨୩୯ଖଣ୍ଡ ଭୋଟ ହାତେଇ ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ଉକ୍ତ ଘଟଣାକୁ ନେଇ ଗଣମାଧ୍ୟମକୁ କ’ଣ କହୁଛନ୍ତି ଆସନ୍ତୁ ଶୁଣିବା……