
ମହାକୁମ୍ଭକୁ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୮୦ ଜଣ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉକ୍ତ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିହାର-ଉତ୍ତରପ୍ରଦେଶ ସୀମାବର୍ତ୍ତି ମଥାନୀ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ବସ୍ଟି ପ୍ରୟାଗରାଜ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ବାଲି ବୋଝେଇ ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା।

ଗୁରୁତର ଥିବା ୩ ଜଣଙ୍କୁ ICUରେ ଭର୍ତ୍ତି କରାଯାଇଛି। ବସ୍ ଡ୍ରାଇଭରର ଅସାବଧନତା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି।