
21 ବର୍ଷୀୟ ଟିଭି ଅଭିନେତ୍ରୀ ଅଶନୁର କୌର ନିଜ ସ୍ୱାସ୍ଥ୍ୟ ଓ ଆତ୍ମବିଶ୍ୱାସକୁ ନେଇ ହୃଦୟସ୍ପର୍ଶୀ କଥା ସେୟାର କରିଛନ୍ତି | କାମ ବୟସରୁ ସେ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି ଏବଂ ସଫଳତା ମଧ୍ୟ ହାସଲ କରିଛନ୍ତି | ବିଗ୍ ବସ୍ ଭଳି ଲୋକପ୍ରିୟ ଶୋ’ରେ କାମ କରି ସେ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ଏତେ ସଫଳତା ସତ୍ତ୍ୱେ ମଧ୍ୟ ସେ ଶରୀରକୁ ନେଇ ମାନସିକ ଚାପରେ ଥିଲେ।
ସୋହା ଅଲ୍ଲୀ ଖାନଙ୍କ ପଡକାଷ୍ଟରେ ଅଶନୁର କହିଥିଲେ ଯେ, ଶରୀରକୁ ନେଇ ଟିପ୍ପଣୀ କରାଯିବା ଜଣେ ଲୋକଙ୍କୁ ମାନସିକ ଭାବେ ଭାଙ୍ଗି ଦେଇପାରେ। ସେ କହିଥିଲେ, ନିଜ ପ୍ରତି ସହାନୁଭୂତି ଓ ଆତ୍ମ-ସମ୍ମାନ ରଖିବା ଅତ୍ୟନ୍ତ ଜରୁରୀ। ଓଜନ କମାଇବା ପାଇଁ ଅଶନୁର ଏକ ସମୟରେ ଖାଇବା ପିଇବା ପ୍ରାୟ ବନ୍ଦ କରିଦେଇଥିଲେ। ଏହାର ପରିଣାମ ସ୍ୱରୂପ ସେ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ଏକ ବନ୍ଧୁଙ୍କ ପରାମର୍ଶରେ ସେ ରକ୍ତ ପରୀକ୍ଷା କରାଇଥିଲେ, ଯାହା ସାଧାରଣ ଥିଲା। ଏହି ଘଟଣା ତାଙ୍କୁ ନିଜ ସ୍ୱାସ୍ଥ୍ୟ ଓ ଜୀବନକୁ ନୂଆ ଭାବେ ଗଢିବାକୁ ପ୍ରେରଣା ଯୋଗାଇଥିଲା|
ଅଶନୁର କହିଛନ୍ତି ଯେ, ଯେତେ ଡାଏଟ୍ କିମ୍ବା ଫିଟନେସ୍ ଟ୍ରେଣ୍ଡ ଅନୁସରଣ କର କିନ୍ତୁ ଆସଲ ଆତ୍ମବିଶ୍ୱାସ ମନରୁ ଆସିଥାଏ | ତାଙ୍କର ଏହି ଅନୁଭବ ଆଜିର ଯୁବପିଢ଼ି ପାଇଁ ଏକ ଶିକ୍ଷା ଓ ପ୍ରେରଣା ହୋଇଛି |