![](https://suchanatv.com/wp-content/uploads/2025/01/tri.jpg)
ସାରାଦେଶ ୭୬ ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ସମୟରେ ଜାତୀୟ ପତାକା ଉତ୍ତୋଳନ ନେଇ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପତାକା ଉତ୍ତୋଳନ ଅଧାରେ ରହିଲା | ଏଭଳି ଘଟଣା ଘଟିଛି ନିଶ୍ଚିନ୍ତ କୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ରେ ।
![](https://suchanatv.com/wp-content/uploads/2025/01/tri3.jpg)
ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ତଥା ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଅନୁଗତ ଅନନ୍ତ କୁମାର ସିଂହ ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ଅଚାନକ ଅସୁରେଶ୍ଵର ଆଥଲଟିକ୍ ଆସୋସିଏସନ୍ ର ପୂର୍ବତନ ସମ୍ପାଦକ ତଥା ବିଜେପି ନେତା ବିଜୟ କୁମାର ବଳ ଜାତୀୟ ପତାକା ଉତ୍ତୋଳନକୁ ବିରୋଧ କରିଥିଲେ । ପରେ, ରାଗିଯାଇ ବାଉଁଶ ଏବଂ ଜାତୀୟ ପତକାକୁ ଉପାଡି ଫିଙ୍ଗି ଦେଇଥିଲେ ବଳ ।
![](https://suchanatv.com/wp-content/uploads/2025/01/tri4-1024x446.jpg)
ବିଜେପି ନେତା ଏବଂ ବିଧାୟକଙ୍କ ମଧ୍ୟରେ ଟଣା ଓଟରା ଚାଲିଛି । କେବଳ ସେତିକି ନୁହେଁ ହାତାହାତି ଯାଏଁ ମଧ୍ୟ କଥା ଯାଇଛି । ଜାତୀୟ ପତାକାକୁ ଅସମ୍ମାନ, ଦୁଇ ନେତାଙ୍କ ମଧ୍ୟରେ ଟଣା ଓଟରାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଜନସାଧାରଣ ନିନ୍ଦା କରିଛନ୍ତି । ତେବେ, ଏ ନେଇ ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଅନନ୍ତ ରାମ ସିଂହ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।