ଏହି ଦେଶରେ କାହିଁକି ନାହାନ୍ତି ମଶା ?ସେମାନଙ୍କ ବଂଶ କିପରି ନଷ୍ଟ ହେଲା ?

ମଶା ଗୋଟିଏ ଅତି ଛୋଟିଆ କୀଟ, ଆଉ ଏହି କୀଟ ପାଇଁ ଅନେକ ସରକାର ବଦନାମ । ମଶା ପାଇଁ ମ୍ଯାଲେରିଆ, ଟାଇଫଏଡ୍, ଡେଙ୍ଗୁ ରୋଗ ହୋଇ ଅନେକ ପ୍ରାଣହାନୀ ହେବା ଏସିଆ ଦେଶରେ ଏକ ସାଧାରଣ କଥା । ମନୁଷ୍ଯ ଚନ୍ଦ୍ରରେ ପାଦ ଦେଇ ସାରିଛି, କିନ୍ତୁ ମଶା ବଂଶ ସମୂଳେ ଦମନ କରିବା ଆଜି ବି ଅସମ୍ଭବ । କିନ୍ତୁ ଆପଣ ଜାଣନ୍ତି କି ବିଶ୍ବରେ ଏମିତି କିଛି ଦେଶ ଅଛି ଯେଉଁଠି ମଶା ଆଦୌ ନାହାନ୍ତି । ଏହି ଦେଶ ହେଉଛି ଆଣ୍ଟାର୍କଟିକା ଓ ଆଇସଲ୍ଯାଣ୍ଡ ।


ମଶା ବିହୀନ ଏହି ଦୁଇଟି ଦେଶ ମଧ୍ୟରୁ ଆଣ୍ଟାର୍କଟିକା ଅନ୍ୟତମ, ଏହାର ମୁଖ୍ୟ କାରଣ ହେଉଛି ଏହାର କଠୋର ଥଣ୍ଡା ଜଳବାୟୁ। ଏଠାରେ ଅନେକ କୀଟପତଙ୍ଗଙ୍କ ଜୀବନ ବଞ୍ଚିବା କଷ୍ଟକର। ମଶାମାନେ ବିଶେଷ ଭାବରେ ଉଷ୍ମ ଏବଂ ଶୁଷ୍କ ଜଳବାୟୁ ଆବଶ୍ୟକ କରନ୍ତି, କିନ୍ତୁ ପ୍ରାୟ ଯେକୌଣସି ଜଳବାୟୁରେ ଏମାନେ ବଂଚି ଯାଇପାରନ୍ତି । ଏଥି ପାଇଁ ତାଙ୍କୁ ଜଳାଶୟ ଦରକାର । କିନ୍ତୁ ଆଣ୍ଟାର୍କଟିକା ଚାରିଆଡେ ବରଫାବୃତ୍ତ । କାଁ ଭାଁ ଯେଉଁଠି ଜଳାଶୟ ଅଛି, ତାହାର ପାଣି ଅତ୍ଯନ୍ତ ଥଣ୍ଡା ।


ଆଣ୍ଟାର୍କଟିକା ସାମଗ୍ରିକ ଭାବେ ଅତ୍ୟନ୍ତ ଥଣ୍ଡା ବ୍ୟତୀତ ଏକ ଅତ୍ୟନ୍ତ ଶୁଷ୍କ ଏବଂ ପବନ ବହୁଥିବା ଦେଶ । ତେଣୁ ଏଠାରେ ମଶା ଜନ୍ମ ହେବା ଅସମ୍ଭବ ।
ଏହା ସହ ଆଣ୍ଟାର୍କଟିକାରେ କମ୍ ଲୋକବାସ କରୁଥିବାରୁ ମଶା ବଂଶ ବି ବ୍ଯାପିବା ସମ୍ଭବ ନୁହେଁ । ସେହିପରି ଆଉ ଏକ ଦେଶ ହେଉଛି ଆଇସଲ୍ୟାଣ୍ଡ ।
ମଶା ବିହୀନ ଦୁଇଟି ଦେଶ ମଧ୍ୟରୁ ଆଇସଲ୍ୟାଣ୍ଡ ହେଉଛି ଦ୍ୱିତୀୟ ।

ଏହି ଦେଶର ଜଳବାୟୁ ଆଣ୍ଟାର୍କଟିକା ସହ ଅନେକ ସମାନତା ରହିଛି । ତଥାପି ଆଇସଲ୍ଯାଣ୍ଡରେ କିଛି ସବୁଜିମା ଏବଂ ଋତୁଗତ ତାପମାତ୍ରା ଅନୁକୂଳ ରହିଛି ଯାହା ମଶା ନୁହେଁ ବରଂ କିଛି ସ୍ବତନ୍ତ୍ର କୀଟ ଜୀବନ ଧାରଣ କରିପାରେ। ତେବେ ବିଶେଷଜ୍ଞଙ୍କ ମତ୍ତ ଆଇସଲ୍ଯାଣ୍ଡର ମାଟିକୁ ମଶା ବଂଶ ଲୋପ ପାଇଁ ଦାୟୀ ବୋଲି କହିଛନ୍ତି । ମାଟିର ରାସାୟନିକ ଗଠନ ହିଁ ମଶାମାନଙ୍କୁ ଏଠାରେ ବଢିବାକୁ ଦିଏନାହିଁ ବୋଲି ସେମାନଙ୍କ ମତ୍ତ।

Leave a Reply

Your email address will not be published. Required fields are marked *