
କିଏ ଚାହୁଁଛି ଟିକସରୁ ମୁକ୍ତି ,କିଏ ଚାହୁଁଛି ନୂଆ ଚାକିରୀ ,କିଏ ଚାହୁଁଛି ନିଜ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ସରକାରୀ ସାହାଯ୍ୟ ,ତ ଆଉ କିଏ ଚାହୁଁଛି ରୋଷେଇ ଘର ପାଇଁ ସାମାନ | ଫେବୃଆରୀ ୧ରେ ଅର୍ଥମନ୍ତ୍ରୀଙ୍କ ବଜେଟ ବ୍ୟାଗରୁ କଣ ବାହାରିବ ? ତା ଉପରେ ସମସ୍ତଙ୍କ ନଜର |
ଭାରତର ପ୍ରଥମ ରେଳ ବଜେଟ୍ ୧୯୨୪ ମସିହାରେ ଆରମ୍ଭ ହୋଇଥିଲା | ଦୀର୍ଘ ବର୍ଷ ଧରି ପ୍ରଥମେ ସାଧାରଣ ବଜେଟ୍,ତାପରେ ରେଳ ବଜେଟ୍ ଏହା ଥିଲା ପରମ୍ପରା | କିନ୍ତୁ ୨୦୧୭ରେ ମୋଦୀ ସରକାର ଆସିବା ପରେ ଏହି ପରମ୍ପରାକୁ ବଦଳାଇ ଦେଇଥିଲେ | ରେଳ ବଜେଟ୍ ଓ ୟୁନିଅନ୍ ବଜେଟ୍କୁ ଏକତ୍ର କରିଥିଲେ | ଯଦି ଆମେ ଦେଖିବା ବଜେଟ୍ ଇତିହାସରେ ଆଗରୁ ଦେଶ ୨ ଥର ବଜେଟ୍ ବସୁଥିଲା | ଯେଉଁଥିରେ ପ୍ରଥମ ରେଳ ବଜେଟ୍ ଓ ଦ୍ବିତୀୟରେ ସାଧାରଣ ବଜେଟ୍ ଥିଲା | ସାଧାରଣ ବଜେଟରେ ସରକାରୀ ଶିକ୍ଷା, ସ୍ବାସ୍ଥ୍ୟ ଓ ଦେଶର ଆର୍ଥିକ ବିକାଶ ଏହି ସବୁ ଦିଗ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିଲା | ଏବେ ରେଳ,ଶିକ୍ଷା,ସ୍ୱାସ୍ଥ୍ୟ ସବୁ ଏକା ସାଙ୍ଗରେ ବଜେଟ୍ର ଅଂଶ ଭାବେ ଯୋଡ଼ାଯାଇଛି | ଫେବୃଆରି ୧ ତାରିଖରେ ଦେଶ ଦେଖିବାକୁ ଯାଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ୟୁନିଅନ୍ ବଜେଟ୍ |
ଯେତେବେଳେ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଉଛି ଓ ବ୍ୟାଙ୍କ ଋଣର ଭାର ବଢ଼ିବା ସମୟରେ, ଘର କିଣିବାକୁ ଚାହୁଥିବା ଲୋକ ଟିକସ ରିହାତି ଦାବି କରୁଛନ୍ତି | ବର୍ତ୍ତମାନ, ଧାରା 24(ବି) ଅନୁଯାୟୀ ଗୃହ ଋଣରେ ସୁଧ ରିହାତି 2 ଲକ୍ଷ ଟଙ୍କା ରହିଛି | ଯାହା କିଛି ବର୍ଷ ପୂର୍ବରୁ ସ୍ଥିର କରାଯାଇଥିଲା ଏବଂ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ଅପର୍ଯ୍ୟାପ୍ତ ବୋଲି କୁହାଯାଉଛି | ପ୍ଲସ୍ କ୍ୟାସର ପ୍ରତିଷ୍ଠାତା ତଥା ସିଇଓ ପ୍ରଣବ କୁମାର କହିଛନ୍ତି, ବଜେଟ୍ ୨୦୨୬-୨୭ ଟିକସ ସଞ୍ଚୟ ଏବଂ ଦୀର୍ଘକାଳୀନ ନିବେଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବାର ସମ୍ଭାବନା ଅଛି |
ରିପୋର୍ଟ ଅନୁଯାୟୀ , ସ୍ୱାସ୍ଥ୍ୟ ବୀମା ପରିସର ବଢ଼ିବା ଓ ଦୀର୍ଘକାଳୀନ ଚିକିତ୍ସାକୁ ବିସ୍ତାର କରିବା |ସରକାରୀ ଦରରେ ସେବା ଦିଆଯାଇଲେ ପ୍ରାଇଭେଟ୍ ହସ୍ପିଟାଲ୍ ଉପରେ ଚାପ ବଢ଼ିବା ସମ୍ଭାବନା ରହିଛି | ଆଗାମୀ ବର୍ଷ ୨୦୨୬- ୨୦୨୭ ପାଇଁ GDP 6.8%–7.2% ରହିବା ଅନୁମାନ କରାଯାଉଛି | ଚଳିତ ବର୍ଷର GDP 7.4% ଥିଲେ ମଧ୍ୟ ଭାରତ ଏହି ସମୟରେ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ | ICRA ର ଅନୁମାନ କରାଯାଉଛି ଯେ ରାଜକୋଷୀୟ ନିଅଣ୍ଟକୁ 4.3% ମଧ୍ୟରେ ସୀମିତ ରଖିବା ପାଇଁ ଚେଷ୍ଟା କାରଯୁଛି |
ଶିଳ୍ପ ଜଗତ ଚାହୁଛି, ଜିଏସଟି(GST) ସମସ୍ୟାର ସମାଧାନ ହେଉ ଏବଂ କଞ୍ଚାମାଲ ଉପରେ ଟିକସ କମ୍ କରାଯାଉ, ଯାହାଦ୍ୱାରା ଭାରତରେ ଜିନିଷ ତିଆରି କରିବା ଶସ୍ତା ହେବ | ସୌର ଶକ୍ତି ଏବଂ ନୂତନ ଟେକ୍ନୋଲୋଜି ପାଇଁ ଅଧିକ ବଜେଟ୍ ବ୍ୟବସ୍ଥା ସହ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବା ନେଇ ଆଶା କରାଯାଉଛି | ଛୋଟ ବ୍ୟବସାୟୀଙ୍କ ପାଇଁ ସହଜ ଋଣ ଏବଂ ଟିକସ ନିୟମରେ କୋହଳ କରିବାକୁ ଦାବି ହୋଇଛି | ସେୟାର ବଜାର ଓ ସାଧାରଣ ନିବେଶକ ପାଇଁ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ଟ୍ୟାକ୍ସ (STT) କମାଇବା ଏବଂ କ୍ୟାପିଟାଲ ଗେନ୍ ଟ୍ୟାକ୍ସରେ ରିହାତି ପାଇଁ ନିବେଶକମାନେ ଚାହି ରହିଛନ୍ତି। ଯାହା ଫଳରେ ନିବେଶକମାନେ ଅଧିକ ଲାଭ ପାଇପାରିବେ। ଖାଲି ସେତିକି ନୁହେଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଗୁରୁତର ରୋଗ ଉପରେ ଫୋକସ୍, ଶିକ୍ଷାରେ ଡିଜିଟାଲ କ୍ଲାସରୁମ୍ ଓ କୃଷି କ୍ଷେତ୍ରରେ ଏଫପିଓ(ଫାରମର୍ ପ୍ରଡ୍ୟୁସର ଅରଗାନାଇଜେସନ୍)କୁ ଶକ୍ତିଶାଳୀ କରିବା ପାଇଁ ସରକାର ପାଣ୍ଠି ବଢ଼ାଇ ପାରନ୍ତି। ତେବେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ପେଡ଼ିରୁ ଏଥର କାହାକୁ କଣ ମିଳୁଛି, ତାହା ଫେବ୍ରୁଆରି ୧ ତାରିଖରେ ସ୍ପଷ୍ଟ ହେବ ।