ଏଣିକି ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ

ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏଣିକି ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ । ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପର୍ଯ୍ୟଟକମାନେ ରାତିରେ ଯେପରି ଜୀବଜନ୍ତୁଙ୍କୁ ଦେଖିପାରିବେ ସେଥିନେଇ ଡ୍ରିଲ ସଫାରୀ ବ୍ୟବସ୍ଥା କରାଯିବ । କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ୧୦୪୩ ହେକ୍ଟରକୁ କଳେବର ବୃଦ୍ଧି କରାଯିବ । ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ନନ୍ଦନକାନନରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ ଗ୍ରହଣ କରାଯାଉଛି । ଦୀର୍ଘବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପୱେ ବ୍ୟବସ୍ଥା ପୁଣି ଥରେ ଆରମ୍ଭ କରିବା ପାଇଁ ନିକଟରେ ନନ୍ଦନକାନନ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିଲେ । ସୂଚନା ମୁତାବକ, କେନ୍ଦ୍ରୀୟ ଚିଡ଼ିଆଖାନ କର୍ତ୍ତୃପକ୍ଷ (ସିଜେଏ) ନନ୍ଦନକାନନକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଉକ୍ତ ମାଷ୍ଟର ପ୍ଲାନରେ ନନ୍ଦନକାନନର ନବକଳେବର ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି । ଆଗକୁ ରାତିରେ ବି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ । ଫଳରେ ଦିନ ବେଳା ଭଳି ରାତିରେ ମଧ୍ୟ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲି ମଜା ଉଠାଇ ପାରିବେ ।

Leave a Reply

Your email address will not be published. Required fields are marked *