ଉଦ୍ଧାର ହେଲା ୬ ଫୁଟ ୨ ଇଞ୍ଚର ଅଣ୍ଡିରା କୁମ୍ଭୀର

ଗତକାଲି ଜାତୀୟା ଉଦ୍ୟାନ ଭିତରକନିକା ଅଧିନସ୍ଥ ଡାଙ୍ଗମାଳ ଗାଁର ରାଜେଶ କୁମାର ପତି ଙ୍କ ବାଡ଼ି ପୋଖରୀ ଭିତରୁ ୬ ଫୁଟ ୨ ଇଞ୍ଚ ର ଏକ ଅଣ୍ଡିରା କୁମ୍ଭୀରକୁ ବନ କର୍ମଚାରୀ ଉଦ୍ଧାର କରି ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟସ୍ଥ ଭିତରକନିକା ନଦୀରେ ଛାଡିଛନ୍ତି। ଲଗାଣ ବର୍ଷା ଯୋଗୁଁ ଉଛୁଳା ପାଣି ଜରିଆରେ ଉକ୍ତ କୁମ୍ଭୀରଟି ଭିତରକନିକା ନିକଟସ୍ଥ ବାଲିଯୋର ନାଳରୁ ବାହାରି ପୋଖରୀ ମଧ୍ୟକୁ ଚାଲିଯାଇଥିଲା। ଖବର ପାଇଁ ଫରେଷ୍ଟ ଗାର୍ଡ ବବୁଲ କୁମାର ପରିଡା ଙ୍କ ନେତୃତ୍ୱରେ ଅର୍ଜୁନ ଦଳାଇ,ସଂଜୟ ଦଳାଇ, ଭାଗିରଥି ସିଂ, ଚନ୍ଦ୍ରମଣି ବେହେରା ଏବଂ ନିର୍ମଳ ଦଳାଇ ପ୍ରମୁଖ ବନ କର୍ମଚାରୀ ମିଳିତ ଭାବେ କୁମ୍ଭୀର ଟିକୁ ଉଦ୍ଧାର କରିଛନ୍ତି।

ଅନ୍ୟ ପଟେ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଦୀ ନାଳରେ ପାଣି ଉଛୁଳା ରହିବ ଏହି ସମୟରେ ଭିତରକାନିକାରୁ କୁମ୍ଭୀର ମାନେ ଖାଦ୍ୟ ଅନ୍ୱେଷଣରେ ବାହାରି ବିଭିନ୍ନ ନଦୀ ନାଳ ଓ ପୋଖରୀ ଭିତରେ ପ୍ରବେଶ କରିପାରନ୍ତି।ତେଣୁ ସାଧାରଣ ଲୋକେ ବର୍ଷା ସମୟରେ ନଦୀ,ନାଳ ଓ ପୋଖରୀ ବ୍ୟବହାର କରୁଥିଲେ କୁମ୍ଭୀର ଠାରୁ ସତର୍କ ରହିବା  ଉଚିତ୍। ପ୍ରତ୍ୟେକ କୁମ୍ଭୀର ମାନଙ୍କ ଜିବନ ବନ ବିଭାଗ ପାଇଁ ମୂଲ୍ୟବାନ ।ତେଣୁ ଲୋକମାନେ ନିଜେ କୁମ୍ଭୀର ଠାରୁ ସତର୍କତା ରହିବା ସହିତ ଅନ୍ୟ ସମସ୍ତଙ୍କୁ ସତର୍କତା ରଖିବାକୁ ବନ ବିଭାଗ ସାଧାରଣ ଜନତାଙ୍କୁ ନିବେଦନ କରିଛି ।