ଇତିହାସ ରଚିଲା ଇସ୍ରୋ…ଏକାଥରକେ ପଠାଇଲା ୩୬ ସାଟେଲାଇଟ୍

ମହାକାଶ(space)କୁ ଏକା ଥରକେ ୩୬ଟି ସାଟେଲାଇଟ୍ ପଠାଇ ଇତିହାସ(history) ରଚିଛି ଇସ୍ରୋ। ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ସବୁ ସାଟେଲାଇଟ୍ ପଠାଇଛି । ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ(heaviest) LVM3 ରକେଟର ଉତକ୍ଷେପଣ (launched)କରାଯାଇଛି । ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ ସହ ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଥିଲା (signed a contract)। ଚୁକ୍ତି ଅନୁଯାୟୀ ଉପଗ୍ରହଗୁଡ଼ିକୁ ଉତକ୍ଷେପଣ କରାଯାଇଛି । LVM3 ରକେଟର ଓଜନ ୬୪୩ ଟନ୍ ଥିବାବେଳେ ଉଚ୍ଚତା ୪୩.୫ ମିଟର ରହିଛି । ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍-୧ ସାଟେଲାଇଟକୁ ନେଇ ପୃଥିବୀର ନିମ୍ନ କକ୍ଷପଥରେ (low Earth orbit) ସ୍ଥାପନ କରିବ ।

ଗତବର୍ଷ ଅକ୍ଟୋବର ୨୩ରେ ମଧ୍ୟ ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ୩୬ ସାଟେଲାଇଟ୍ ସଫଳ ଭାବେ(successfully) ଉତକ୍ଷେପଣ କରାଯାଇଥିଲା। ୱାନୱେବ ମହାକାଶ କକ୍ଷପଥରେ ୫୮୨ ଉପଗ୍ରହ ଥିବାବେଳେ ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି । ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା (providing global coverage)ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *