
ଆସନ୍ତା ନଭେମ୍ବେର ୧ରୁ କୋରାପୁଟ ବ୍ମୁଜର ପୁଟସିଲରେ ଆରମ୍ଭ ହେବ ଇକୋ ରିଟ୍ରିଟ୍। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତବର୍ଷ ହେଉଥୁବା ଏହି ଇକୋ ରିଟ୍ରିଟ୍ ଜରିଆରେ ୧୦ଟି ସ୍ବତନ୍ତ୍ର ଅସ୍ଥାୟୀ କଟେଜ ସହ ଅନ୍ୟ ବର୍ଗର ୧୮ଟି କଟେଜ୍ କରାଯାଇଛି ବୋଲି ଜିଲାପାଳ ଅବଦଲ ଏମ୍. ଅଖତାର କହିଛନ୍ତି। ବର୍ଭମାନ ସୁଦ୍ଧା ଏହାର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ସରିଛି। ଓଡ଼ିଶାର ସୁଇଜରଲାଣ୍ଡ ରୂପେ ପରିଚିତ ଉଚ୍ଚତମ ପର୍ବତ ଦେଓମାଳି ପାଦଦେଶରେ ଏହି ଇକୋ ରିଟ୍ରିଟ୍ ଜରିଆରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏପରି ୨୮ଟି କଟେଜ ନିର୍ମାଣ କରାଯାଇଛି । ଇକୋ ରିଟ୍ରଟ୍ ତଥା ପଯ୍ୟଟନ ଓ୍ୱେବ୍ସାଇଟ୍ରେ ଅନ୍ଲାଇନ ଜରିଆରେ ଏହି କଟେଜ ବୁକିଂ ବ୍ୟବସ୍ଥା ହୋଇଛି। କଟେଜର ଦୈନିକ ଦର ୬ ହଜାରରୁ ୮ ହଜାର ମଧ୍ଯରେ ରହିବ। ଆବଶ୍ୟକ ହେଲେ ଏହାର ଦର ସାମାନ୍ୟ ବୃଦ୍ଧି କରାଯିବ। ଫେବୃୟାରୀ ଶେଷ ଯାଏ ଏହି ଇକୋ ରିଟ୍ରିଟ୍ ଚାଲିବ। ପୁଟସିଲ ଗ୍ରାମ ନିକଟ ତଥା ଦେଓମାଳି ପାହାଡ଼ ପାଦଦେଶରେ ଥବା ଗିର୍ଲିମାଳିରୁ ୨୬ ନମ୍ବର ଜାତୀୟ ରାଜପଥରେ ସେମିଳିଗୁଡ଼ାରୁ ଦୁଧାରି ଦେଇ ୩ କି.ମି. ଗଲେ ପଡିବ ପୁଟସିଲ | ପାହାଡ଼କୁ ଲାଗି ରହଥିଦା ଏହି ସ୍ଥାନର ମଝିରେ ରହିଛି ବିସ୍ଥୀର୍ଣ୍ଣ ସମତଳ ଭୂମି। ପ୍ରାକୃତିକ ପରିବେଶ ମଧ୍ଯରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନଙ୍କୁ କିପରି ସ୍ଥାନୀୟ ଖାଦ୍ୟଶସ୍ଯର ବିଭିନ୍ନ ବ୍ୟଞ୍ଜନ ପରଷାଯିବ ସେଥୁପ୍ରତି ଗୁରୁତ୍ବ ଦିଆଯାଇଛି।