କୋରାପୁଟ ଜିଲ୍ଲା ଆଶ୍ରମ ସ୍କୁଲରେ ଆଉ ଏକ ଅଭାବନୀୟ ଘଟଣା । ପାଖାପାଖି ୯ଜଣ ଛାତ୍ର ଛାତ୍ରୀ ଏହି ତିନି ମାସ ଭିତରେ ମୃତ୍ୟୁବରଣ କରିସାରିଲେଣି । ଏବଂ ଆଜି ସଖାଳୁ ଗାନ୍ଧୀନଗର ଆଶ୍ରମ ସ୍କୁଲରେ ୩ଟି ଛାତ୍ର ବ୍ରସ କରୁଥିବା ସମୟରେ ଯାହା କର୍ତ୍ତୃପକ୍ଷ କହୁଛନ୍ତି । ସେ ଭିତରୁ ସୂଚନା ଫଳକ ପଡି ଜଣଙ୍କର ମୃତ୍ୟୁ ହେଇଗଲା। ଅନ୍ୟ ଜଣଙ୍କର ଗୋଡ଼ ଭାଙ୍ଗିଗଲା । ଏବଂ ଅନ୍ୟ ଜଣେ ସିରିୟସ କଣ୍ଡିସନରେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ । ପରିବାର ଲୋକ ଏବଂ ଗ୍ରାମବାସୀ ଯାହା ସନ୍ଦେହ କରୁଛନ୍ତି ଛାତ୍ର ଜଣକୁ ମର୍ଡର କରାଯାଇଛି । ଏବଂ ଗୋଟେ ସିମେଣ୍ଟ ସାଇନ ବୋର୍ଡ ପଡିଯାଇଛି ବୋଲି ମିଥ୍ୟା ତଥ୍ୟ ଦର୍ଶାଉଛନ୍ତି ଜିଲ୍ଲା ପ୍ରଶାସନ, ସ୍କୁଲ କର୍ତ୍ତୃପକ୍ଷ, ସରକାର । ଯାହାର ପ୍ରତିରୋଧରେ ବିଜେଡିର ରାସ୍ତାରୋକ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି କର୍ମଚାରୀ। ସୂଚନା ଫଳକ ପଡି ଛାତ୍ର ମୃତ୍ୟୁ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ସରକାରୀ ଉନ୍ନିତ ଆଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି । ମୃତକ ଗୁମୁଡା ପଂଚାୟତ ସୁଉନିଗୁଡା ଗାଁର ପ୍ରେମାନନ୍ଦ ଭତ୍ରା । ସେ ତୃତୀୟ ଶ୍ରେଣୀରେ ପଢୁଥିଲେ । ସକାଳୁ ବ୍ରସ୍ କରିବା ସମୟରେ ଦୁଇ ଛାତ୍ରଙ୍କ ଉପରେ ସୂଚନା ଫଳକ ପଡିଯାଇଥିଲା । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଛାତ୍ର ମୃତ୍ୟୁ ଘଟଣାରେ ତଦନ୍ତ ଦାବି ଓ ମୃତ ଛାତ୍ର ପରିବାରଙ୍କ କ୍ଷତି ପୂରଣ ଦାବିରେ ବିଜେଡିର ରାସ୍ତାରୋକ । ଧାରଣାରେ ସାମିଲେ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚଦ୍ର ଶେଖର ମାଝୀ, ଡାବୁ ଗାଁ ବିଧାୟକ ମନହର ରନ୍ଧାରୀ । ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲା ବିଜେଡି ।