ଆମେରିକାରେ ଗୁଳିକାଣ୍ଡ…ସ୍କୁଲ ଭିତରେ ଆଖିବୁଜା ଗୁଳିଚାଳନା, ୭ ମୃତ

ଆମେରିକାର ଏକ ସ୍କୁଲରେ ଗୁଳିମାଡ଼ (shooting)ହୋଇଛି । ଏଥିରେ ୭ ଜଣଙ୍କ ଜୀବନ ଯାଇଛି । ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିଚାଳନା(blind firing)ରେ ସମସ୍ତେ ଜୀବନ ହରାଇଛନ୍ତି । ଆମେରିକାର ନ୍ୟାସନାଲ ଖ୍ରୀଷ୍ଟିଆନ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ୩ ଛାତ୍ରଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣକାରୀ ତଥା ସନ୍ଦିଗ୍ଧ (suspect)ଯୁବତୀ ପ୍ରବେଶ ଦ୍ୱାର ଦେଇ ସ୍କୁଲ ବିଲ୍ଡିଂ ଭିତରକୁ ଏଣ୍ଟ୍ରି କରିଥିଲେ । ଆଖିବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା ।

ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଦିଗ୍ଧ ମହିଳାଙ୍କୁ ସ୍କୁଲର ଦ୍ୱିତୀୟ ମହଲାରେ ଘେରିଥିଲେ (surrounded)। ଆକ୍ରମଣକାରୀ ପୋଲିସ ଉପରକୁ ଗୁଳିମାଡ଼ କରିଥିବା ବେଳେ ପୋଲିସର ପାଟଲା ଆକ୍ରମଣରେ ତାର ମୃତ୍ୟୁ ଘଟିଥିଲା । ଘଟଣାରେ ଆହତଙ୍କୁ ଉଦ୍ଧାର(rescued) କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ (safely) ସ୍ଥାନାନ୍ତର କରାଯାଇଛି । ସ୍କୁଲରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଛନ୍ତି ଥିବାବେଳେ ୩୩ ଜଣ ଶିକ୍ଷକ ଅଛନ୍ତି ।

ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଉଦ୍‌ବେଗ ପ୍ରକାଶ କରିଛନ୍ତି(expressed concern) । ଏଭଳି ଗୁଳିକାଣ୍ଡ ଘଟଣା ରୋକିବା ପାଇଁ ଆମେରିକା ଦୃଢ଼ ପଦକ୍ଷେପ(strong measures) ନେବ ବୋଲି ସେ କହିଛନ୍ତି। ଆମେରିକାରେ ବନ୍ଧୁକ ହିଂସା ଦେଶକୁ ବେଶ୍ କ୍ଷତି ପହଞ୍ଚାଉଛି ବୋଲି ବାଇଡେନ୍ କହିଛନ୍ତି ।

Leave a Reply

Your email address will not be published. Required fields are marked *