ରୋଷେଇ ଘରର ଘରଣୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ମିଶନ ଶକ୍ତି ମାଧ୍ୟମରେ ସଶକ୍ତ କଲେ, ଏବେ ପୁନର୍ଗଠନ କରିବା ପାଇଁ ସରକାର ଘୋଷଣା କରିବା ପରେ କାର୍ଯ୍ୟରତ ମହିଳାମାନେ ପ୍ରତିବାଦ କରିଛନ୍ତି |



ଆନ୍ତର୍ଜାତୀୟ ମହିଳା ଦିବସରେ ଶତାଧିକ ମହିଳା ଆଜି ପ୍ରତିବାଦ କରିଛନ୍ତି |
ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମଜୀବୀ ମହିଳାଙ୍କ ଉପରେ ପ୍ରତିହିଂସା ପରାୟଣ ହୋଇ ପୁନର୍ଗଠନ ଆଳରେ କରାଯାଇଥିବା ବହିଷ୍କାର ଆଦେଶକୁ ପ୍ରତ୍ୟାହାର ଦାବି କରିଛି ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ |
ସେ ନେଇ ଆଜି ରାଜ୍ୟବ୍ଯାପୀ ପ୍ରତିବାଦ କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ପକ୍ଷରୁ ଗଡ଼ବାନ୍ଧଗୋଡ଼ା ଠାରେ ଇସି ମାନଙ୍କର ପୁନର୍ଗଠନ ଗଠନ କରାନଯାଇ କାର୍ଯ୍ୟରତ ଇସିମାନଙ୍କୁ କାର୍ଯ୍ୟରେ ରଖିବା ପାଇଁ ମହିଳା ମାନେ ଦାବି କରି ପ୍ରତିବାଦ କରିଥିଲେ |