ଆଜି ତ୍ବିଷା ଶର୍ମାଙ୍କ ଦ୍ୱିତୀୟ ପୋଷ୍ଟମର୍ଟମ୍, ଗଠନ ହେଲା ବିଶେଷ ମେଡିକାଲ୍ ବୋର୍ଡ

ତ୍ବିଷା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଦେଖିବାକୁ ମିଳିଛି। ଦିଲ୍ଲୀର All India Institute of Medical Sciences (ଏମ୍ସ)ର ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଟିମ୍ ଭୋପାଳରେ ପହଞ୍ଚିଛନ୍ତି, ଯେଉଁଠାରେ ତ୍ବିଷାଙ୍କ ଦ୍ୱିତୀୟ ପୋଷ୍ଟମର୍ଟମ୍ କରାଯିବ।

ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏମ୍ସ ଦିଲ୍ଲୀ ପକ୍ଷରୁ ଚାରି ସଦସ୍ୟ ବିଶିଷ୍ଟ ଏକ ମେଡିକାଲ୍ ବୋର୍ଡ ଗଠନ କରାଯାଇଛି। ଏହି ବୋର୍ଡ ଏମ୍ସ ଭୋପାଳରେ ଭିଡିଓଗ୍ରାଫି ସହ ତ୍ବିଷାଙ୍କ ଶବର ପୁନଃ ପୋଷ୍ଟମର୍ଟମ୍ କରିବ।

ପ୍ରଥମ ପୋଷ୍ଟମର୍ଟମ୍ ରିପୋର୍ଟକୁ ନେଇ ଉଠିଥିବା ସନ୍ଦେହ ଏବଂ ପରିବାରର ଆପତ୍ତି ପରେ କୋର୍ଟ ଏହି ଦ୍ୱିତୀୟ ପୋଷ୍ଟମର୍ଟମ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୃତ୍ୟୁ ଘଟଣାରେ ଆଜି ଦ୍ୱିତୀୟ ପୋଷ୍ଟମର୍ଟମ୍ କରାଯିବାକୁ ଯାଉଛି। ଏହି ପାଇଁ ଏକ ବିଶେଷ ମେଡିକାଲ୍ ବୋର୍ଡ ଗଠନ କରାଯାଇଛି।

ପ୍ରଥମ ପୋଷ୍ଟମର୍ଟମ୍ ରିପୋର୍ଟକୁ ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ ପାଇଥିବାରୁ ପୁନର୍ବାର ପୋଷ୍ଟମର୍ଟମ୍ କରିବାକୁ ଦାବି ହୋଇଥିଲା। ତାହା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ମେଡିକାଲ୍ ବୋର୍ଡ ଗଠନ କରାଯାଇ ଆଜି ପୁନଃ ଶବ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଛି।

ଏହି ମେଡିକାଲ୍ ବୋର୍ଡରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କୁ ସାମିଲ କରାଯାଇଛି, ଯାହାଦ୍ୱାରା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।